ଚରଣଜିତ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ଚଣ୍ଡିଗଡ:  ଶପଥ ନେଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।  ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଜଭବନରେ ତାଙ୍କୁ ପଦ ଓ‌ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ତାଙ୍କ ସହ ସୁଖଜିନ୍ଦର ରାନ୍ଧୱା ଓ ବ୍ରହ୍ମ ମୋହିନ୍ଦା ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି  । ତାଙ୍କ ପରେ ରାଜ୍ୟପାଳ ପୁରୋହିତ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ଓ. ପି. ସୋନିଙ୍କୁ ମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି।

ଶପଥ ନେବା ପୂର୍ବରୁ ଚରଣଜିତ ଗୁରୁଦ୍ୱାରା ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଶପଥ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନେକ ବଡ ବଡ ନେତା ଉପସ୍ଥିତ ଥିଲେ।

ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ଚମକୌର ସାହିବ ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି। ସେ ଅମରିନ୍ଦର ସିଂହଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ। ଗତ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟି (ଆପ୍)ର ଚରଣଜିତ୍ ସିଂହଙ୍କୁ ୧୨ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏହା ପୂର୍ବରୁ ୨୦୧୨ ନିର୍ବାଚନରେ ସେ ପାଖାପାଖି ୩୬୦୦ ଭୋଟରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.

ବ୍ରେକିଂ