ଆଜି ଚେନ୍ନାଇ ସୁପରକିଙ୍ଗସ-ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡା ଟକ୍କର

ଚେନ୍ନାଇ : ଆଇପିଏଲରେ ୧୨ତମ ଲିଗ୍ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ  ମଧ୍ଯରେ ଖେଳାଯିବ । ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପୂର୍ବ ମ୍ୟାଚରେ ଜିତିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ବିଜୟ ଧାରା ବଜାୟ ରଖିବାକୁ ଚାହାିଁବେ। ଚେନ୍ନାଇ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି। ଏଥି ସହିତ ରାଜସ୍ଥାନ ଦିଲ୍ଲୀ କ୍ଯାପିଟାଲ୍ସକୁ ପରାସ୍ତ କରିଥିଲା।

ଚେନ୍ନାଇ ପାଇଁ ପଞ୍ଜାବ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଦୀପକ ଚହର ପୁଣି ଥରେ ତାଙ୍କ କମାଲ ଦେଖାଇବେ। ରାଜସ୍ଥାନକୁ ଏହି ମ୍ଯାଚରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଏହି ମ୍ୟାଚ୍‌ରେ ଚହର ଏବଂ ରାଜସ୍ଥାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଏଥି ସହିତ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ନିକଟରେ ଭଲ ପ୍ରଦର୍ଶନ କରିଥିଲେ। ଚେନ୍ନାଇ ବିପକ୍ଷରେ ରାଜସ୍ଥାନକୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। କାରଣ ଜୋଫ୍ରା ଆର୍ଚର ଏବଂ ବେନ୍ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ତାଙ୍କ ବୋଲିଂ ବିଭାଗ ଟିକେ ଦୁର୍ବଳ ରହିଛି ।

ଚେନ୍ନାଇ ସୁପରକିଙ୍ଗସ : ଋତୁରାଜ ଗାଏକୱାଡ୍, ଫାଫ ଡୁ ପ୍ଲେସି, ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସାମ କୁରାନ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ଡ୍ୱେନ ବ୍ରାଭୋ, ସର୍ଦୁଲ ଠାକୁର, ଦୀପକ ଚହର

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ମନନ ଭୋରା, ସଞ୍ଜୁ ସାମସନ(ଅଧିନାୟକ), ଶିବମ ଦୁବେ, ଡେଭିଡ୍ ମିଲର, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ୍ ମୋରିସ, ଜୟଦେବ ଉନାକାତ, ଚେତନ ସକାରିୟା, ମୁସ୍ତାଫିଜୁର ରେହମାନ ।

Leave A Reply

Your email address will not be published.

ବ୍ରେକିଂ