ସମ୍ଭାବ୍ୟ ବାତ୍ୟା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସେ ଦିନ ୧୧ଟା ୩୦ରେ ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ, ଏସଆରସି ଏବଂ ଜିଲ୍ଲାପାଳମାନେ ସମାକ୍ଷା ବୈଠକରେ ଭାଗ ନେବେ।

ଆଜି ମଧ୍ୟରାତ୍ରିରେ ଦକ୍ଷିଣ ଓଡ଼ିଶା ନିକଟରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’ ।  ଗୋପାଳପୁର-କଳିଙ୍ଗପଟନମ୍‌ ମଝିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ଗଞ୍ଜାମର ଗୋପାଳପୁରଠାରୁ ୨୭୦ କିମି ଓ ଆନ୍ଧ୍ରର କଳିଙ୍ଗପଟନମ୍‌ଠାରୁ ୩୩୦ କିମି ଦୂରରେ ଅଛି ବାତ୍ୟା। ୬ ଘଣ୍ଟା ଧରି ୧୦ କିମି ବେଗରେ ଗତି କରୁଛି ବାତ୍ୟା-‘ଗୁଲାବ’। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୫ରୁ ୯୫ କିମି ରହିବା ଆଶଙ୍କା ରହିଛି ।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂନଚା ଦିଆଯାଇଛି । ଅତିପ୍ରବଳ ବର୍ଷା ଆଶଙ୍କାରେ ଗଜପତି ଜିଲ୍ଲାର ୭୫୫ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି । 

Leave A Reply

Your email address will not be published.

ବ୍ରେକିଂ