ନୟାଗଡରେ ବିଷାକ୍ତ ଶାଗ ଖାଇ ଶିଶୁ ମୃତ: ୩ ଗୁରୁତର

ନୟାଗଡ: ବିଷାକ୍ତ ଶାଗ ଖାଇ ଶିଶୁ ମୃତ । ନୟାଗଡ ଜିଲ୍ଲା ଶରଣକୂଳ ଥାନା ବରସାହି ଗାଁରେ ବିଶାକ୍ତ ଶାଗ ଖାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବେ ବେଳେ ପରିବାରର ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ମୃତ ଶିଶୁ ଜଣଙ୍କ ହେଲେ ୩ ବର୍ଷୀୟ ଟ୍ୟୁଙ୍କିଲ୍ ମୁଦୁଲି ।

ସୂଚନା ଅନୁଯାୟା, ରବିବାର ରାଜେଶଙ୍କ ମାଆ ବିଲରୁ ଶାଗ ଆଣି ରୋଷେଇ କରିଥିଲେ । ଏହି ଶାଗକୁ ଜେଜେ ମାଆ ବାସନ୍ତି , ନାତୁଣୀ ଟୁଇଙ୍କିଲ ,ବୋହୂ ସୁରଥା , ସମୁଦୁଣୀ ଝୁନୁ ଖାଇଥିଲେ ।

ଶାଗ ଖାଇବା ପରେ ୪ ଜଣଙ୍କ ଅବସ୍ତା ଗୁରୁତର ହୋଇପଡିଥିଲା । ସମସ୍ତଙ୍କୁ ନୟାଗଡ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଟୁଇଙ୍କିଲଙ୍କ ଅବସ୍ତା ସଂକଟାପୂର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତାର କରାଯାଇଥିଲା । ସେଠାରେ ଟୁଇଙ୍କିଲଙ୍କ ମୃତ ହୋଇଥିବା ଜଣା ପଡିଛି ।

Leave A Reply

Your email address will not be published.

ବ୍ରେକିଂ