ମାଲକାନଗିରିରେ ଶିଶୁ ବିକ୍ରିଘଟଣା: ତଦନ୍ତ ପାଇଁ ପହଁଞ୍ଚିଲା ଚାଇଲ୍ଡ ଲାଇନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକର ସପ୍ତଧାରା ଗାଁରେ ୪ ମାସର ଶିଶୁପୁତ୍ର ବିକ୍ରୀକୁ ନେଇ ଖବର ପ୍ରସାରଣ ପରେ ଆଜି ପରିବାର ଲୋକଙ୍କ ପାଖରେ ପହଞ୍ଚିଛି ଚାଇଲ୍ଡ ଲାଇନ ।  ଶିଶୁଟିକୁ କୁଡୁମୁଲୁଗୁମା ଠାରେ ହଜାର ଟଙ୍କା ରେ ବିକ୍ରୀ କରାଯାଇଥିବା ଜଣା ପଡିଛି।  ତେବେ ଖୁବ ଶୀଘ୍ର ରାଜାକୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଛି ଚାଇଲ୍ଡ ଲାଇନ।

ସେପଟେ ଆଜି ମୃତ ସମନାଥ ପରିବାର ପାଖକୁ ପହଁଞ୍ଚିବା ବେଳକୁ କିଛି ଭିର୍ଣ୍ଣ ଦୃଶ୍ୟ ଆମ ନଜରକୁ ଆସିଥିଲା। ଗଛ ମୂଳରେ କୁନି ପିଲାଙ୍କ ସହ ଶୀତ କାକରରେ ଦିନ କାଟୁଛନ୍ତି ପରିବାରର ଲୋକେ । ଗୋଟିଏ ପଟେ  ଜୀବଜନ୍ତୁଙ୍କ ଭୟ ଅନ୍ୟ ପଟେ ହାଡ଼ଭଙ୍ଗା ଶୀତର ପ୍ରଭାବ। ପରିବାର ଦାରିଦ୍ର୍ୟ ଏସବୁକୁ ଆଉ କିଛି ବୃକ୍ଷେପ ନାହିଁ। ଖାଇବା ପାଇଁ ପାଖରେ ମାଗି ଆଣିଥିବା ଦିମୁଠା ଚାଉଳ ତା ସାଙ୍ଗକୁ ପୋକଡା ପନିପରିବା ଦୁଇ ଚାରିଟା। ଏଥିରେ ଚଳୁଛି ୬ ପ୍ରାଣୀ କୁଟୁମ୍ବ ।

ଯେମିତିକି ସବୁ ସହିବାକୁ ମନସ୍ଥ କରିନେଇଛି ଏହି ଦୁଃଖୀ ପରିବାର । ନା ଏମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଅଛି ନା ସରକାରଙ୍କ BPL ଚାଉଳ ଏଭଳି ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ।  ସେପଟେ ଏହି କଅଁଳ ଶିଶିଙ୍କ ଜେଜେମା ଅନୁରୋଧ କରିଛନ୍ତି ଯେ ବିକ୍ରୀ ହୋଇଥିବା ଶିଶୁ ପୁତ୍ର ରାଜକୁ ଉଦ୍ଧାର କରିବା ସହ ଘରେ ଥିବା ଆଉ ୪ ପିଲାଙ୍କୁ ସରକାର ପାଠ ପଢାଇ ମଣିଷ କରାନ୍ତୁ।

Leave A Reply

Your email address will not be published.

ବ୍ରେକିଂ