ଚିଲ୍ଲି ପୋଟାଟୋ

ଆବଶ୍ୟକ ସାମଗ୍ରୀ

କର୍ଣ୍ଣ ଫ୍ଲୋର – ୨ ବଡ ଚାମଚ
ଆଳୁ – ୨୫୦ ଗ୍ରାମ
ଅଦା-ରସୁଣ ପେଷ୍ଟ – ୧ ବଡ ଚାମଚ
ପିଆଜ -୨ଟି
ସ୍ପ୍ରିଙ୍ଗ ଅନିୟନ – ଗୋଟିଏ (ଛୋଟ କଟା ହୋଇଥିବା)
ଟମାଟୋ କେଚଅପ – ୧ ବଡ ଚାମଚ
ଭିନେଗାର – ଏକ ବଡ ଚାମଚ
ରେଡ ଚିଲ୍ଲି ସସ୍‌ – ୧ ବଡ ଚାମଚ
ଗୋଲ ମରୀଚ – ଚିମୁଟାଏ
ଲୁଣ – ସ୍ୱାଦାନୁସାରେ
ଧଳା ରାଶି- ୧/୨ ବଡ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆଳୁକୁ ଛଡାଇ ଲମ୍ବା ଲମ୍ବା ଭଜା ଭଳି କାଟିଦିଅନ୍ତୁ। ଏବେ ଏହାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗରମ ପାଣିରେ ସିଝାଇ ଦିଅନ୍ତୁ। ଏହାପରେ ପାଣିରୁ ବାହାର କରି ତୁରନ୍ତ ଥଣ୍ଡା ପାଣିରେ ଧୋଇ ସଫା କପଡାରେ ଖେଳାଇ ସୁଖାଇ ଦିଅନ୍ତୁ। ଥଣ୍ଡା ହେବା ପରେ ଆଳୁରେ କର୍ଣ୍ଣଫ୍ଳୋର ଏବଂ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ପ୍ୟାନରେ ତେଲ ଗରମ କରି ସେଥିରେ ଆଳୁକୁ ହାଲକା ଫ୍ରାଏ କରନ୍ତୁ। ଏହାପରେ ପୁଣି ଆଳୁକୁ ତେଲ କଡାରେ ପକାଇ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଆଉ ଏକ ପ୍ୟାନରେ ଅଳ୍ପ ତେଲ ଗରମ କରି ସେଥିରେ ଧଳା ରାଶି ଏବଂ ପିଆଜ ପକାଇ ଦିଅନ୍ତୁ। ଏହାପରେ ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରନ୍ତୁ। ଏବେ ଟମାଟୋ ସସ୍‌, ଭିନେଗାର, ସୋୟା ସସ୍‌, ରେଡ ଚିଲ୍ଲି ସସ୍‌ ମିଶାନ୍ତୁ। ଏବେ ଏଥିରେ ପୂର୍ବରୁ ରଖିଥିବା ଆଳୁ ଏବଂ ଗୋଲ ମରୀଚ ମିଶାଇ ୫ ମିନିଟ ଫ୍ରାଏ କରନ୍ତୁ। ଏହାକୁ ସର୍ଭିଂଙ୍ଗ ପ୍ଲେଟରେ ବାହାର କରି ସ୍ପ୍ରିଙ୍ଗ ଅନିୟନ ଏବଂ ଧଳା ରାଶିରେ ଗାର୍ନିସ କରି ସର୍ଭ କରନ୍ତୁ।

Leave A Reply

Your email address will not be published.

ବ୍ରେକିଂ