ଚିତ୍ରକୋଣ୍ଡାରେ ପାଇଖାନା ଦୁର୍ନୀତି: ନିଲମ୍ବିତ ହେଲେ ବିଡିଓ, ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ

ମାଲକାନଗିରି: ନିଲମ୍ବିତ ହେଲେ ବିଡିଓ । ପାଇଖାନା ନିର୍ମାଣରେ ଦୁର୍ନୀତି କରି ନିଲମ୍ବିତ ହୋଇଛନ୍ତି ଚିତ୍ରକୋଣ୍ଡା ବିଡିଓ । ମାଲକାନଗିରି ଜ଼ୀଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣରେ ହୋଇଥିବା ଦୁର୍ନୀତି , ଅନିୟମିତତା ପାଇଁ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି ।

ନିଲମ୍ବିତ ବିଡିଓଙ୍କୁ ହେଡ କ୍ୱାର୍ଟେର ନ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ୱାଭିମାନ ଅଂଚଳରେ  ପଣସପୁଟ, ଜୋଡାମ୍ବ ,ରାଲେଗଡାରେ ପାଇଖାନା ନିର୍ମାଣ ଦୁର୍ନୀତି ଓ ଅନିୟମିତତା ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶିତ ହେବାପରେ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ