ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା; ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ସିଆଇଡିର ଚଢାଉ

ପଶ୍ଚିମବଙ୍ଗ: ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପଶ୍ଚିମବଙ୍ଗ ସିଆଇଡି ତରଫରୁ ଚଢାଉ । ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲାରେ ପୁଣି ଥରେ ସିଆଇଡି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଂଚି ଯାଂଚ କରିଥିବା ଜଣାପଡିଛି ।

ଏହି ଚାରିଜଣିଆ ସିଆଇଡି ଟିମ୍ ଶୁକ୍ରବାର ରାତିରେ ସାତ ଘଣ୍ଟା ଧରି ସୁଭେନ୍ଦୁ ଆଦିକାରୀଙ୍କ ମୃତ ଦେହଜୀବୀ ଶୁଭାବ୍ରତ ଚକ୍ରବର୍ତ୍ତୀଙ୍କ ସହକର୍ମୀଙ୍କୁ ପଚରାଉଚରା କରିଥିଲେ। ସେମାନଙ୍କଠାରୁ ସୂଚନା ସଂଗ୍ରହ କରିବା ପରେ ଦଳ ଅଧିକ ଅନୁସନ୍ଧାନ ପାଇଁ ରହୁଥିବା ସୁଭେନ୍ଦୁ ଘରେ ପହଞ୍ଚିଥିଲେ ।

ତେବେ ଏହା ପୂର୍ବରୁ ବୁଧବାର ଦିନ ବି ସିଆଇଡିର ଏକ ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଂଚି ଯାଂଚ କରିଥିଲା । ହେଲେ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ । ସିଆଇଡିର ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ସାଂସଦ ଦିବ୍ୟନ୍ଦୁ ଅଧିକାରୀଙ୍କ ସହ କଥା ହୋଇ ଫେରିଥିଲେ ।

ସୂଚନା ଥାଉକି ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ପୂର୍ବ ମେଦିନା ପୁର ଜିଲ୍ଲାର ଏକ ଭଡାଘରୁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶୁଭାବ୍ରତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ ।

ସେତେବେଳେ ଏହାକୁ ଆତ୍ମହତ୍ୟା କହି ମାମଲା ରଫା ଦଫା କରାଯାଇଥିଲା । ହେଲେ କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଏହି ମାମଲାକୁ ପୁଣି ଥରେ ଯାଂଚ ପରିସରଭୂକ୍ତ କରିଛି ।

ଏହି ମାମଲାକୁ ନେଇ କିଛିଦିନ ତଳେ ଶୁଭେନ୍ଦୁ କହିଥିଲେ କି ଏବେ ଏହି ମାମଲାକୁ ରାଜନୀତି ପ୍ରଣୋଦିତ । ଏହି ମାମଲା ୨ ବର୍ଷ ତଳୁ ସମାଧାନ ହୋଇ ସାରିଥିବା ବେଳେ ଏବେ ଏହାକୁ ନେଇ କାହିଁକି ଖୋଳତାଡ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ