ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସଇ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି । ରାଜ୍ୟ ସରକାର ମଧ୍ଯ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଥିଲେ ।  ହେଲେ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ। ନଚେତ ପରୀକ୍ଷା ଦ୍ୱନ୍ଦ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ।

 

ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ  ନବୀନ ନିବାସ ସାମ୍ନାରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । କରୋନା ସମୟରେ ପରୀକ୍ଷା ହେବ କି ନାହିଁ । ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏଥିସହ ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ସେମାନେ ।   ଛାତ୍ରଛାତ୍ରୀମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ବି ଭେଟି ଅନୁରୂପ ଦାବି କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ