ବସ୍ ଉପରେ ଖସି ପଡ଼ିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌ ଉପରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଖସିପଡିଛି । ତେବେ ବସ୍‌ ରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି  ।

ସୂଚନା ଅନୁଯାୟୀ, ଆଜି ସକାଳେ ‘ପଦ୍ମାବତୀ’ ନାମକ ବସ୍‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ବସ୍‌ଟି ଆନନ୍ଦପୁର ଅତିକ୍ରମ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଶାଳପଡ଼ା ଓଭର ବ୍ରିଜ୍‌ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିଲା। ଏହି ସମୟରେ ହଠାତ୍‌ ଟ୍ରକ୍‌ଟି ଭାରସାମ୍ୟ ହରାଇ ବସ୍‌ ଉପରେ ଖସି ପଡ଼ିଥିଲା। ବସ୍‌ରେ ଥିବା ୨ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।  ସେମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

Leave A Reply

Your email address will not be published.

ବ୍ରେକିଂ