ମାଓବାଦୀଙ୍କ ଯୋଜନା ପଣ୍ଡ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଅଞ୍ଚଳରେ ପୁଣିଥରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ବାରା ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ଜଣାପଡିଛି । ତେବେ ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନମାନେ ।

ସୂଚନା ଅନୁଯାୟୀ, ଛତିଶଗଡ଼ ସୁକୁମା ଅଞ୍ଚଳର ଥିବା ନିପ୍ପା ଜଙ୍ଗଲରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଟିତଳେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ।   କିନ୍ତୁ ଉକ୍ତ ସ୍ଥାନରେ ଲ୍ୟାଣ୍ଡମାଇନ ରଖାଯାଇଥିବା ନେଇ ଯବାନମାନେ ପୂର୍ବରୁ ସୂଚନା ପାଇଥିଲେ । ଫଳରେ ଲାଲବାହିନୀର ଷଡଯନ୍ତ୍ରଙ୍କୁ ପଣ୍ଡ କରିବା ସହ ଲ୍ୟାଣ୍ଡମାଇନ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ