ପ୍ରଫେସର ରାଧାମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର  : ପୂର୍ବତନ ସୂଚନା କମିଶନର ପ୍ରଫେସର ରାଧାମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ  ସ୍ବର୍ଗତ ରାଧମୋହନଙ୍କୁ ଜଣେ ବିଶିଷ୍ଟ ପରିବେଶବିତ୍ ତଥା ଶିଷାବିତ୍ ଭାବରେ ବର୍ଣ୍ଣନା କରିଛନ୍ତି ।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି ।

ପ୍ରଫେସର ରାଧାମୋହନଙ୍କର ଭୂବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

 

Leave A Reply

Your email address will not be published.

ବ୍ରେକିଂ