୧୮ ବର୍ଷରୁ କମ୍‌ ଭାରତୀୟ ରଗ୍‌ବି ବାଳିକା ଦଳକୁ ମୁଖ୍ୟମନ୍ତ୍ରୀ ଭେଟିଲେ

ଭୁବନେଶ୍ୱର: ଏସୀୟ ୧୮ ବର୍ଷରୁ କମ୍‌ ରଗ୍‌ବି ସେଭେନ୍‌ସ ରୌପ୍ୟ ବିଜେତା ଭାରତୀୟ ବାଳିକା ଦଳ କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ସେମାନଙ୍କ ସହ  ମୁଖ୍ୟମନ୍ତ୍ରୀ କଥା ହେବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଏଥି ସହିତ ମୁଖ୍ୟମନ୍ତ୍ରୀ ବାଳିକା ଦଳକୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ସହ ୫ ଦେଶ କାଜାଖସ୍ତାନ, ର୍କିଗିଜସ୍ତାନ, ୟୁଏଇ ଓ ଆୟୋଜକ ଉଜବେକିସ୍ତାନ ଭାଗ ନେଇଥିଲେ।

ରଗ୍‌ବି ଟିମ୍‌କୁ ସ୍ୱାଗତ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଦଳର ସଫଳତା କାମନା କରିଛନ୍ତି। ଏହି ସଫଳତା ନେଇ ଆମେ ଗର୍ବିତ। ଏହା ଆରମ୍ଭ ହୋଇଛି। ଆଗାମୀ ଦିନରେ ଇତିହାସ ରଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ