୮ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନବୀନ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କିଏ

ଭୁବନେଶ୍ୱର: ୮ଟି କ୍ଷେତ୍ର ପାଇଁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ।

୭ ବିଧାନସଭା ମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ୮ ଜଣ ସହ-ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।  ବିଜ୍ଞପ୍ତି ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରି ଦାସଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ତଳସରା ବିଧାନସଭା ମଣ୍ଡଳୀ ପାଇଁ ଦେବୀପ୍ରସାଦ ତ୍ରିପାଠୀ, ସୁନ୍ଦରଗଡ ବିଧାନସଭା ମଣ୍ଡଳୀ ପାଇଁ ଦେବାଶିଷ ମଲ୍ଲୀକ , ବୋଣାଇ ନୀର୍ବଚନ ମଣ୍ଡଳୀ ପାଇଁ ରଞ୍ଜିତ ମହାପାତ୍ର  ଓ ବିରମୀତ୍ରପୁର ବିଧାନସଭା ପାଇଁ ସଙ୍ଗ୍ରାମ କେଶରୀ ପାଇକରାୟଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ସେହିପରି ରଘୁନାଥପଲ୍ଲୀ ବିଧାନସବା ମଣ୍ଡଳୀ ପାଇଁ ସିସିର ପରିଜା , ରାଜଗାଙ୍ଗପୁର ବିଧାନସବା ମଣ୍ଡଳୀ ପାଇଁ ଆଶିଷ ଚକ୍ରବର୍ତ୍ତୀ  ଓ ରାଉରକେଲା ବିଧାନସଭା ମଣ୍ଡଳୀ ପାଇଁ ଅସିତ୍ ପଟ୍ଟନାୟକଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ