ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ଶିଶୁ ସ୍ୱାସ୍ଥ୍ୟ ନେଇ ଡାକ୍ତରମାନଙ୍କୁ ତାଲିମ  ଦିଆଯିବ।  ଏହି ଅବସରରେ ଦ୍ୱିତୀୟ ଲହରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,  ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ । ତୃତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି । ଆବଶ୍ୟକ ଔଷଧ, ଯନ୍ତ୍ରପାତି ଓ ଭିତ୍ତିମୂମି ସୃଷ୍ଟି କରାଯିବ । ଏହି ପରିସ୍ଥିତିର ମୁକାବିଲା ପ୍ରକୃତ ଚ୍ୟାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟରତ ମେଡିକାଲ ଅଫିସର ଓ ନର୍ସିଂ ଷ୍ଟାଫଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଉଛି । ୫-T ଢାଞ୍ଚାରେ ପ୍ରସ୍ତୁତ ହୋଇଛି ତାଲିମ ମଡେଲ୍ ।

ବିଶ୍ୱର ଅନେକ ଦେଶ ଏକାଧିକ ପର୍ଯ୍ୟାୟ ସଂକ୍ରମଣର ସମ୍ମୁଖୀନ ହେଉଛନ୍ତି । ଭାରତରେ ୨ଟି ପର୍ଯ୍ୟାୟରେ ସଂକ୍ରମଣ ହୋଇଛି । ଓଡ଼ିଶା ମହାମାରୀର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଉଛି । ସମସ୍ତଙ୍କୁ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ସ୍ଥିତି ନୟନ୍ତ୍ରଣରେ ଅଛି । ଆଗକୁ ତୃତୀୟ ଲହରର ଆଶଙ୍କା ଥିବାରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ମହାମାରୀର ମୁକାବିଲା ପାଇଁ ଭିତ୍ତିଭୂମି ସୃଷ୍ଟି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସହ ସହଭାଗୀ ହୋଇଥିବା ସଂସ୍ଥାଗୁଡିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । 

Leave A Reply

Your email address will not be published.

ବ୍ରେକିଂ