ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଲେ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି ନବୀନ ।  ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଦୀପ୍ତଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇଦେବା ପାଇଁ ଡାକ୍ତରଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଦୀପ୍ତ କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ କୋଭିଡ ନେଗେଟିଭ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ