ମହିନ୍ଦ୍ରା କୋଚିଂ ସେଣ୍ଟର ସିଲ

କଟକ: କଟକ ଅରୁଣଦୋୟ ନଗର ସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟର ସିଲ କରାଯାଇଛି । କୋଭିଡ ଗାଇଡଲାଇନ ଉଲଂଘନ ଅଭିଯୋଗରେ କୋଚିଂ ସେଣ୍ଟରକୁ ସିଲ କଲା ସିଏମସି । କ୍ଳାସ ରୁମ୍‌ରେ ସାମାଜିକ ଦୂରତା ଗାଇଡଲାଇନର ଉଲ୍ଲଂଘନ ନେଇ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସିଏମସି ଏନ୍ଫୋର୍ସମେଂଟ ସ୍କ୍ୱାଡର ଚଢ଼ାଉ ପରେ ଏହି କୋଚିଂ ସେଣ୍ଟରକୁ ସିଲ କରିଛି ।

ସୂଚନାଯୋଗ୍ୟଯେ, କୋଭିଡ ଗାଇଡଲାଇନ ଉଲଂଘନ ଅଭିଯୋଗରେ ପୂର୍ବରୁ ଭୁବନେଶ୍ୱରସ୍ଥିତ ଏକ କୋଚିଂ ସେଣ୍ଟର ସିଲ କରାଯାଇଥିଲା ।

କଟକ ସହରରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ଜାରି ରହିଛି । ଯେଉଁଠି କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେଉଛି । ଶିକ୍ଷାନୁଷ୍ଠାନରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଚେକିଂକୁ କଡ଼ାକଡ଼ି କରାଯାଉଛି ।

Leave A Reply

Your email address will not be published.

ବ୍ରେକିଂ