ନଡିଆ ମାଛ ମସଲା

ଆବଶ୍ୟକ ସାମଗ୍ରୀ

ମାଛ , ପିଆଜ, ରସୁଣ, ଅଦା, ଟମାଟୋ, ତେଲ, ଲୁଣ, ଧନିଆ ପତ୍ର, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, କଂଚା ଲଙ୍କା, ନଡିଆ କୋରା, ପାଓଭାଜି ମସଲା ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଂଚା ଲଙ୍କା, ଚୋପା ଛଡା ରସୁଣ, ଅଦା ପକାଇ ଫ୍ରାଏ କରିବେ । ଏହାପରେ ନଡିଆ କୋରା ପକାଇ ଫ୍ରାଏ କରିବେ । ଦେଖିବେ ନଡିଆ ଗୋଲ୍ଡେନ କଲର ହୋଇ ଆସିଲେ ଗ୍ୟାସ୍ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡିବେ । ଏହାପରେ ଏହି ସାମଗ୍ରୀକୁ ନେଇ, ସେଥିରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିବେ । ତାପରେ ଗ୍ୟାସ୍‌ରେ ପୁଣି କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା କଂଚା ଲଙ୍କା, କଟା ପିଆଜ ପକାଇ ଫ୍ରାଏ କରିବେ ।

ଦେଖିବେ ପିଆଜ ଫ୍ରାଏ ହୋଇ ଆସିଲେ , ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହୋଇ ଆସିଲେ, ସେଥିରେ ମାଛ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ପାଉଡର,ଲଙ୍କା ପାଉଡର ପକାଇ ମିକ୍ସ କରିବେ । ତାପରେ ସେଥିରେ ପାଓଭାଜି ମସଲା ଏବଂ ଗ୍ରାଇଣ୍ଡିଂ କରି ରଖିଥିବା ମସଲା ପକାଇ ଭଲଭାବେ ଗୋଳାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି କିଛି ସମୟ ଫୁଟିବାକୁ ଛାଡିବେ । ଏହାପରେ ଘୋଡଣୀ ଘୋଡାଇ ମାଛକୁ ଭଲଭାବେ ସିଝିବାକୁ ଛାଡିବେ । ଦେଖିବେ ମାଛ ସିଝି ଆସିଲେ , ସେଥିରେ କଟା ଧନିଆ ପତ୍ର ଏବଂ ଗରମ ମସଲା ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ନଡିଆ ମାଛ ମସଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ