ସାରା ରାଜ୍ୟରେ ଶୀତ ଲହରି: କନ୍ଧମାଳରେ ହାଡ ଭାଙ୍ଗୁଛି ଜାଡ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଗତକାଲି ଅପେକ୍ଷା ଆଜି ଥଣ୍ଡା ଟିକେ କମିଛି । ଆଜି ରାଜ୍ୟର ୬ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଛି ପାରଦ ।

ହେଲେ ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୫.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ରାତିର ତାରି ଥିଲା ୬.୫ ଡ଼ିଗ୍ରୀ ସେଲସିୟସ୍ । ସେହିପରି କୋରାପୁଟ ୯.୫, ବଲାଙ୍ଗିର ୯.୮ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଭବାନୀପାଟଣା, ଫୁଲବାଣୀ, ଜି. ଉଦୟଗିରି ଓ ବଲାଙ୍ଗିରରେ ଶୀତ ଲହରି ଅନୁଭୂତ ହୋଇଛି ।  ସେହିପରି ଭୁବନେଶ୍ୱରରେ ୧୩.୦ ଡ଼ିଗ୍ରୀ  ଏବଂ କଟକ ରେ ୧୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ