ଉତ୍ତରଖଣ୍ଡରେ ସମସ୍ତ କଲେଜକୁ ୱାଇ ଫାଇ କନେକ୍ସନ, ୪ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ

ଉତ୍ତରଖଣ୍ଡ: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ସମସ୍ତ କଲେଜ । ଫଳରେ ଛାତ୍ର ଛାତ୍ରୀମାନେ ଅଫଲାଇନ କ୍ଲାସରୁ ବଞ୍ଚିତ ହୋଇ ଅନଲାଇନ୍ କ୍ଲାସ କରୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ କଲେଜକୁ ୱାଇ ଫାଇ କନେକ୍ସନ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତରଖଣ୍ଡ ସରକାର ।  ତେବେ ଏହା ଅଗଷ୍ଟମାସ ୧୪ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ କଲେଜକୁ ୱାଇ ଫାଇ କନେକ୍ସନ ମିଳିବ ।

ଏହାଦ୍ୱାରା ରାଜ୍ୟର ପାଖା ପାଖି ୪ ଲକ୍ଷ ଛାତ୍ରଛାତ୍ରୀ ୱାଇ ଫାଇର ଲାଭ ଉଠାଇ ପାରିବେ । ଅନ ଲାଇନ କ୍ଲାସ ନେଇ ଉଚ୍ଚଶିକ୍ଷା ବିଭାଗର ଏହା ଏକ ବଡ ପଦକ୍ଷେପ । ଏହାସହ ନେଟୱର୍କ ନଥିବା ସ୍ଥାନ ମାନଙ୍କୁ ୱାଇ ଫାଇ କନେକ୍ସନ ଯୋଗାଇ ଦେବାକୁ ଅସୁବିଧାରେ ସମ୍ମୁଖୀନ ହୋଇ ପାରନ୍ତି ସରକାର । ସେହିପରି ୟୁଜିସି କଲେଜ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଆଧାରରେ ଅଫ୍ ଲାଇନ କ୍ଲାସ ପାଇଁ ବିଚାର କରାଯାଉଛି ।

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଧନସିଂ ରାୱତ କହିଛନ୍ତି କି ରାଜ୍ୟର ସମସ୍ତ କଲେଜକୁ ଅଗଷ୍ଟ ୧୪ ତାରିଖ ସୁଦ୍ଧା ୱାଇ ଫାଇ ସୁବିଧା ମିଳିବ । ସବୁ ସାଂସଦ ଓ ମନ୍ତ୍ରୀ ନିଜ ନିଜ ଅଞ୍ଚଳରେ ଏହାର ଶୁଭାରମ୍ଭ କରିବେ । ଏହାଦ୍ୱାରା ଅନଲାଇନ କ୍ଲାସକୁ ଦ୍ରୁତ ଗତିରେ ଆଗକୁ ବଢାଯାଇ ପାରିବ ।

Leave A Reply

Your email address will not be published.

ବ୍ରେକିଂ