କମେଡିଆନ ଭାରତୀ ଏବଂ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଉଠାଇ ନେଲା ଏନସିବି

ମୁମ୍ବାଇ: ଲୋକପ୍ରିୟ କମେଡିଆନ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଉଠାଇ ନେଇଛି ଏନସିବି । ଉଭୟଙ୍କୁ ସେମାନଙ୍କ ବାସଭବନରୁ ଏନସିବି ଉଠାଇନେଇଥିବା ଜଣାପଡିଛି । ତେବେ ସେମାନଙ୍କୁ ପଚାରାଉଚାରା ପାଇଁ ଏନସିବି ଅଫିସକୁ ନିଆଯାଇଛି । ଭାରତୀ ନିଜ ବ୍ୟକ୍ତିଗତ ଗାଡିରେ ଏନସିବି ଅଫିସ ଯାଇଥିବା ବେଳେ ହର୍ଷ ଏନସିବି ଅଧିକାରୀଙ୍କ ସହ ଯାଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ଶନିବାର ସକାଳୁ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରିଥିଲା । ଏଜେନ୍ସି ଦ୍ବାରା ଅନ୍ଧେରୀ,ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ ୩ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଥିଲା । ତେବେ ଏହି ଚଢାଉ ସମୟରେ ଏନସିବି ହାତରେ ଫୋନ, ଲାପଟପ ଏବଂ କିଛି ହାର୍ଡ ଡିସ୍କ ଜବତ ହୋଇଥିଲା । ଏଥିସହ ତାଙ୍କ ଘରୁ ଗଞ୍ଜେଇ ମଧ୍ୟ ଜବତ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ