ଏପ୍ରିଲ ୯ରୁ ୧୯ ଯାଏଁ ରାୟପୁର ଲକଡାଉନ

ଛତିଶଗଡ: ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ । ଆଉ ଦିନକୁ ଦିନ ହ୍ରାସ ହେବା ପରିବର୍ତ୍ତେ ବଢିବାରେ ଲାଗିଛି । ତେବେ ଏହାକୁ ନଜରରେ ରଖି ଛତିଶଗଡର ରାୟପୁରରେ ଲକଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କରୋନା ଅଣାୟତ୍ତ ହେବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଏପ୍ରିଲ ୯ରୁ  ଏପ୍ରିଲ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ୯ ତାରିଖ ସଂଧ୍ୟା ୬ ଟାରୁ ଏପ୍ରିଲ ୧୯ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି । ଆମ୍ବୁଲାନ୍ସ, ହସ୍ପିଟାଲ, ଅଗ୍ନିଶ୍ରମ ବିଭାଗ, ଔଷଧ ଦୋକାନ, ତେଜରାତି ଦୋକାନ ଭଳି ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରତିଷ୍ଠାନ ଗୁଡିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ।

ଛତିଶଗଡ଼ରେ ଏବେ କରୋନା ସ୍ଥିତି ସଙ୍ଗୀନ୍ ହେବାରେ ଲାଗିଛି । ବିଦେଶୀ ଷ୍ଟ୍ରେନ୍ ର ଭୟ ସହିତ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଏବେ ଛତିଶଗଡର ଚିନ୍ତା ବଢାଇଛି ଯାହାକୁ ଦୃଷ୍ଟି ରେ ରଖି ଛତିଶଗଡ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ