ଏସ୍‌ସିବି ସର୍ଜରୀ ବିଭାଗ ଛାତରୁ କଂକ୍ରିଟ ଖସିଲା

କଟକ : କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଆଉଟଡୋରରେ ସୋମବାର ଛାତରୁ କଂକ୍ରିଟ ଖଣ୍ଡ ଖସି ପଡ଼ଛି। କଂକ୍ରିଟ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ମଧ୍ୟ ଖସିଯାଇଥିଲା। ରୋଗୀମାନେ ଟିକେଟ କାଟିବା ପାଇଁ ଯାଇଥିବାରୁ କାହାର କୌଣସି କ୍ଷତି ହୋଇନାହିଁ।

କମ୍ପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି। ଏ ନେଇ କିଛି ସମୟ ପାଇଁ ଟିକେଟ କଟା ବନ୍ଦ ରହିଥିଲା। ସେହିଭଳି ବର୍ଷା ଯୋଗୁ ସୋମବାର କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପାଣି ପଶିଯାଇଥିଲା।

Leave A Reply

Your email address will not be published.

ବ୍ରେକିଂ