ବିଧାନସଭାରେ ମନ୍ଦିର ଖୋଲିବା ପ୍ରସଙ୍ଗ ଉଠାଇଲେ ବାହିନୀପତି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ । ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନରେ ମନ୍ଦିର ଖୋଲିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ରାଜ୍ୟରେ ୨୪ ଘଣ୍ଟା ଭିତରେ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଉ ବୋଲି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି ସେ ।

ଏନେଇ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପୁରୀ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ମନ୍ଦିର ଖୋଲାଯାଉ । କରୋନା ଯୋଗୁଁ ଦୀର୍ଘ ଦିନ ହେବ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି । ଏହାଦ୍ୱାରା ସେବାୟତ ଏବଂ ପୂଜକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଦ୍ୱାରା ସେମାନଙ୍କର ଜୀବିକା ଉପରେ ପ୍ରଭାବ ପଡୁଛି । ତେଣୁ ଏନେଇ ବାଚସ୍ପତି ରୁଲିଂ ଜାରି କରନ୍ତୁ ବୋଲି ଦାବି କରିଛନ୍ତି ବାହିନୀପତି ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ