ମାଲକାନଗିରିରେ ବନ୍ଦ ପାଳନ, ପିକେଟିଂ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କଂଗ୍ରେସ କର୍ମୀ

ମାଲକାନଗିରି : ଦେଶରେ ତୈଳଦର କେରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଦାର କାରଣ ପାଲଟିଛି । ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି ଦଳ । ତେବେ ଏହି ବନ୍ଦର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ମାଲକାନଗିରି ସଦର ମହୁକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସକର୍ମୀ । ବସ ଷ୍ଟାଣ୍ଡ,ଡି ଏନ କେ ଛକ ନିକଟରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ କରିଦେଇଛନ୍ତି  । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି  । ସ୍କୁଲ,ବ୍ୟାଙ୍କ,ପୋଷ୍ଟ ଅଫିସ କାର୍ଯ୍ୟାଳୟ ବନ୍ଦ ରହିଛି ।

ଜିଲ୍ଲାର ସାତଟି ବ୍ଲକ ମାଥିଲି,ଖଇରପୁଟ,ପଡିଆ,କାଲିମେଳା,ସ୍ଥାନରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଛି  । କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ପର୍ଶୁରାମ୍ ଭକ୍ତ,ଜି ଶ୍ରୀନିବାସ ରାଓ,ଛବିଦାସ, କେସୁରାଓ,ପେଣ୍ଡ୍ର। ପ୍ରସାଦ ପଣ୍ଡା,ଲଛନା ,ପଦ୍ମ ଚରଣ ପାଙ୍ଗି ,ପ୍ରଭାକର ପାଳ ଆଦି କଂଗ୍ରେସ ନେତାଙ୍କ  ସହ ଶତାଧିକ କଂଗ୍ରେସ କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି  ।

Leave A Reply

Your email address will not be published.

ବ୍ରେକିଂ