ଆଜିଠାରୁ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ

କଲମ୍ବିଆ: ଆଜିଠାରୁ ଆରମ୍ଭ ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ କୋପା ଆମେରିକା ।  ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକାର ଉଦ୍‌ଘାଟନୀ ମ୍ୟାଚ୍‌ରେ ବ୍ରାଜିଲ ଓ ଭେନିଜୁଏଲା ମଧ୍ୟରେ ହେବ କଡା ଟକ୍କର ।

ଏହି ମ୍ୟାଚ ଇଷ୍ଟାଡିଓ ନାସିଓନାଲ ମେନ୍‌ ଗାରିଞ୍ଚା ଷ୍ଟାଡିୟମରେ ଖେଳାଯିବ। ୟୁରୋ କପ୍‌ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ମେଗା ଇଭେଣ୍ଟର ୪୭ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି।

ସୂଚନାଯୋଗ୍ୟ ପ୍ରଥମେ ଆର୍ଜେଣ୍ଟିନା ଓ କଲମ୍ବିଆ ଏହାକୁ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ କାରଣରୁ ଏହି ଦୁଇ ଦେଶ ଓହରିଯାଇଥିଲେ। ତେବେ ବ୍ରାଜିଲରେ ମ୍ୟାଚ ହେବ କି ନାହିଁ ଦ୍ୱନ୍ଦ ଲାଗୁ ରହିଥିଲା ବେଳେ ଶେଷରେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଏହା ଜୁଲାଇ ୧୦ ତାରିଖରେ ଶେଷ ହେବ। ଫାଇନାଲ ମ୍ୟାଚ ରିଓ ଡି ଜାନେଇରୋର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ କନ୍‌ଫେଡେରେଶନର ୧୦ଟି ଦେଶ ଅଂଶଗ୍ରହଣ କରିବେ । ୧୦ଟି ଦଳକୁ ଏ ଓ ବି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ସେହିପରି ଗ୍ରୁପ୍‌ ଏ’ରେ ଆର୍ଜେଣ୍ଟିନା ଓ ଉରୁଗୁଏ ଶ୍ରେଷ୍ଠ ଦୁଇଟି ସ୍ଥାନରେ ରହି ନକ୍‌ ଆଉଟ୍‌ରେ ପ୍ରବେଶ କରିବେ।
ଗ୍ରୁପ୍‌‌ ଏ: ଆର୍ଜେଣ୍ଟିନା, ବଲିଭିଆ, ଉରୁଗୁଏ, ଚିଲି ଓ ପାରାଗୁଏ ।
ଗ୍ରୁପ୍‌ ବି: ବ୍ରାଜିଲ, କଲମ୍ବିଆ, ଭେନିଜୁଏଲା, ଇକ୍ୱେଡର ଓ ପେରୁ ।

ବ୍ରାଜିଲ ୨୦୧୯ରେ ନବମ ଟାଇଟଲ ଜିତି ସଫଳତମ ଦଳ ବିବେଚିତ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ