ଏଟିଏମ୍ ଗାଡିରୁ ଟଙ୍କା ଲୁଟ୍ ଘଟଣା: ୩ ଗିରଫ, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଉଦ୍ଧାର

ଢେଙ୍କାନାଳ:  ଏଟିଏମ୍ ଭ୍ୟାନରୁ ଟଙ୍କା ଲୁଟ୍ ଫେରାର ବେଳେ ଧରାପଡ଼ିଲେ ୩ ଦୁର୍ବୃତ୍ତ । ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀଙ୍କୁ ପୋଲିସ ଧରିଲା । ଆଠଗଡ଼ ଖୁଣ୍ଟକଟା ନିକଟରେ ଭ୍ୟାନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।  କିନ୍ତୁ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡାଇ ଧରିବାରେ ସଫଳ ହୋଇଛି ।  ବ୍ୟାଙ୍କ ଗାଡ଼ିରୁ ୧ କୋଟି ୨୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୩ ଦୁର୍ବୃତ୍ତ । ହେଲେ ସେମାନଙ୍କଠାରୁ ୧ କୋଟି ୫ ଲକ୍ଷ ଉଦ୍ଧାର କଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୪ଟି ଖଣ୍ଡା ଓ ୫ଟି ବନ୍ଧୁକ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଏଟିଏମ ଗାଡିରୁ ଦେଢକୋଟି ଟଙ୍କା ଲୁଟ କରି ଫେରାର ମାରୁଥିଲେ ।

ସେହିପରି ଲୁଟ ପରେ ଗୁରୁତର ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆଇଜି ସେଣ୍ଟ୍ରାଲ ନରସିଂହ ଭୋଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ