୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଦେବାକୁ ସୁପାରିସ

ନୂଆଦିଲ୍ଲୀ:  ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା । ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଦେବାକୁ  ସବ୍‌ଜେକ୍ଟ ଏକ୍ସପର୍ଟ କମିଟି DCGI କୁ ସୁପାରିସ କରିଛି ।

ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି। ପୂର୍ବରୁ ଏହା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିଲା। ଏଥିସହ ଛୋଟ ପିଲାମାନଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ଚଳିତ ମାସରୁ ଏହାର ରିପୋର୍ଟ ଡିସିଜିଆକୁ ଦେବା ଆରମ୍ଭ କରିଥିଲା।

 

Leave A Reply

Your email address will not be published.

ବ୍ରେକିଂ