ଦେଶରେ ଦିନକରେ ୪.୧୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୩,୯୮୦ ମୃତ

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ଚାରି ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରତିଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୩,୯୮୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଯାହାକି ସର୍ବକାଳୀନ ରେକର୍ଡ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୧୦ଲକ୍ଷ ୭୭ହଜାର ୪୧୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ  ୨୩, ୦୧,୬୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୭୨,୮୦,୮୪୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩,୨୯,୧୧୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୩୫,୬୬,୩୯୮ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬,୨୫,୧୩,୩୩୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ମହାରାଷ୍ଟ୍ର, ଦିଲ୍ଲୀ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଅଛନ୍ତି। ବୁଧବାର, ମହାରାଷ୍ଟ୍ରରେ କରୋନା ଜିନତ ମୃତ୍ୟୁ ସଂଖ୍ୟା ୯୨୦ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ମୃତ୍ୟୁ ସଂଖ୍ୟା ୮୯୧ ଥିଲା। ଏହାର ଦୁଇ ଦିନ ପୂର୍ବରୁ ଶନିବାର ଏହି ସଂଖ୍ୟା ୮୦୨ ଏବଂ ଶୁକ୍ରବାର ଦିନ ଏହା ୮୨୮ ଥିଲା। ଏବେ ମହାରାଷ୍ଟ୍ରରେ ମୋଟ୍ କୋଭିଡ ମୃତ୍ୟୁ ସଂଖ୍ୟା ୭୨,୬୬୨କୁ ଛୁଇଁଛି।

 

Leave A Reply

Your email address will not be published.

ବ୍ରେକିଂ