ଦମ୍ପତ୍ତିଙ୍କୁ ଛୁରିରେ ଆକ୍ରମଣ କରି ଲୁଟ
କଟକ : ମର୍ଣ୍ଣିଂ ୱାକ ବେଳେ ଦମ୍ପତ୍ତିଙ୍କୁ ଛୁରିରେ ଆକ୍ରମଣ କରି ଲୁଟ । ଦମ୍ପତ୍ତିଙ୍କ ଠାରୁ ସୁନାଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । କଟକ ସିଡିଏ ସେକ୍ଟର- ୧୦ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଦମ୍ପତ୍ତି ଆଜି ସକାଳୁ ମର୍ଣ୍ଣିଂ ୱାକରେ ଯାଇଥିଲେ । ଏହି ସମୟରେ ୩ ଦୁର୍ବୃତ୍ତ ବ୍ଲାକ ପଲସରରେ ଆସି ଦମ୍ପତ୍ତିଙ୍କୁ ଛୁରିରେ ଆକ୍ରମଣ କରିବା ସହ ସେମାନଙ୍କଠାରୁ ସୁନାଗହଣା ଲୁଟିନେଇଥିଲେ । ଆକ୍ରମଣରେ ମହିଳାଙ୍କ ସ୍ୱାମୀ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତ୍ତି ।