ଭୁବନେଶ୍ୱରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ , ୭ ସୁସ୍ଥ
ଭୁବନେଶ୍ୱର: ଆଜି ରାଜଧାନୀରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୭୬ କୁ ବୃଦ୍ଧି ହୋଇଛି।
Update on newly detected #COVID19 cases in the last
24 hrs under the BMC area on 14th Jan (till 9am). pic.twitter.com/nFawm8V69q— BMC (@bmcbbsr) January 14, 2021
ସେହିପରି ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ଭୁବନେଶ୍ୱରରେ ମୋଟ ୩୧ ହଜାର ୩୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁ ହୋଇଛି।