ଓଡିଶା ସଂକ୍ରମଣ ବଢୁଛି :ସ୍ୱାସ୍ଥ୍ୟ ମନ୍ତ୍ରାଳୟ

 ନୂଆଦିଲ୍ଲୀ:ସମଗ୍ର ଦେଶରେ ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ଚାରି ଲକ୍ଷ ଉପରେ ରହିବା ପରେ ଏବେ ଦୈନିକ ସଂକ୍ରମଣର ଗ୍ରାଫ୍ ତଳକୁ ଖସି ଚାରି ଲକ୍ଷ ତଳେ ରହୁଛି । ତେବେ ଭାରତରେ ଦୈନିକ ସଂକ୍ରମଣ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚିହ୍ନଟ ହେଉଥିବା ବେଳେ ଏବେ ସେ ରାଜ୍ୟ ମାନଙ୍କରେ ଦୈନିକ ସଂକ୍ରମଣର ଗ୍ରାଫ୍ କମିବାର ଲାଗିଛି ।

ତେବେ ଚିନ୍ତାର ବିଷୟ ହେଉଛି ଯେ ଗତ କିଛି ଦିନ ହେବ ଓଡିଶାରେ ସଂକ୍ରମଣ ବଢିବାର ଲାଗିଛି । ଭାରତରେ ଏବେ କର୍ଣ୍ଣାଟକ, କେରଳା, ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ଜମ୍ମୁ ଓ କାଶ୍ମିର ,ଗୋଆ ଭଳି ରାଜ୍ୟରେ ଦୈନିକ ସଂକ୍ରମଣର ଗ୍ରାଫ୍ ବଢିବାର ଲାଗିଥିବା ଦୈନିକ କରୋନା ସମ୍ବାଦ ପ୍ରଦାନ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ହରିୟାଣା, ଛତିଶଗଡ,ବିହାର, ଗୁଜୁରାଟ ଆଦି ପ୍ରାୟ ୧୮ ଟି ରାଜ୍ୟରେ ଏବେ ସଂକ୍ରମଣ ମାମଲା ନିମ୍ନ ମୁଖୀ ରହିଛି । ତେବେ ଦେଶରେ ଏବେ ୧୩ ଟି ରାଜ୍ୟରେ ଏକ ଲକ୍ଷରୁ ଅଧୀକ ସକ୍ରୀୟ ସଂକ୍ରମଣ ଥିବା ବେଳେ ୬ ଟି ରାଜ୍ୟରେ ପଚାଶ ହଜାରରୁ ଏକ ଲକ୍ଷ ମଧୟରେ ସକ୍ରିୟ ସଂକ୍ରମଣ ରହିଛନ୍ତି ଏବଂ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ସକ୍ରୀୟ ସଂକ୍ରମଣ ରହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ