ଓଡ଼ିଶାରେ ପ୍ରଥମ ଡୋଜ ଭ୍ୟାକ୍ସିନେସନ କୋଟିଏ ଟପିଲା

ଭୁବନେଶ୍ୱର: କୋଟିଏ ପାର ହେଲା ସିଙ୍ଗଲ୍ ଡୋଜ୍ । ଓଡ଼ିଶାରେ ପ୍ରଥମ ଡୋଜ କୋଭିଟା ଟିକା ୧ କୋଟି ଲୋକେ ନେଇସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ ତୃତୀୟ ଲହର। ଦ୍ୱିତୀୟ ଲହରରେ ଦିନକୁ ଯେତେ ସଂକ୍ରମିତ ଚିହ୍ନଟ ହେଉଥିଲା, ତୃତୀୟ ଲହରରେ ତାର ଅଧା ଲୋକ ପଜିଟିଭ ବାହାରିପାରନ୍ତି ।

ରାଜ୍ୟରେ ଟିକା ଅପଚୟ ଅନ୍ୟ ରାଜ୍ୟ ତୁଳନାରେ ଢେର କମ ରହିଛି। କିଭଳି ସୁରୁଖୁରୁରେ ସମସ୍ତେ ଟିକା ନେଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ସରକାର । ସମସ୍ତଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଲକ୍ଷ୍ୟ ଥିବାବେଳେ ଅଧିକରୁ ଅଧିକ ଟିକା ଓଡ଼ିଶା ଦାବି କରୁଛି।

ଏହି ବିଶେଷଜ୍ଞ ଟିମର ପୂର୍ବାନୁମାନ ଅନୁସାରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଆସିବାର ଆଶଙ୍କା ଅଛି। ସେପଟେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ସମସ୍ତ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲକୁ ସଜାଗ ରଖାଯାଇଛି । ଡାକ୍ତର, ନର୍ସଙ୍କୁ ଟ୍ରେନିଂ ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

Leave A Reply

Your email address will not be published.

ବ୍ରେକିଂ