ଓଡିଶାରେ ଛତିଶଗଡ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ: ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ପୁଣି ମହାମାରୀ କରୋନା ସ୍ଥିତି ବିଗିଡିବାରେ ଲାଗିଛି । କରୋନା ନିଜର ମହାରୂପ ଦେଖାଇବା ଆରମ୍ଭ କରିଛି । ଆଜି ରାଜ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ପ୍ରକଟ କରିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ଏବେ ଧିରେ ଧିରେ ରାଜ୍ୟରେ କରୋନା ସ୍ଥିତି ବିଗୁଡୁଛି ଏବଂ ଆଗକୁ କଣ ହେବ କିଛି କହି ହେବନି । ବର୍ତମାନ ଠାରୁ ଆଗକୁ କରୋନା କେଉଁ ରୂପ ନେବ ତାହା ଅନୁମାନ କରିବା କଷ୍ଟ ହୋଇ ପଡିବା ସହିତ କରୋନାର ଏହି ଦ୍ୱିତୀୟ ଲହର ପୂର୍ବ ଠାରୁ ଅଧିକ ସଂକ୍ରାମକ ବୋଲି ଅଜୟ ପରିଡ଼ା କହିଛନ୍ତି । କେବେ ସଂକ୍ରମଣ କମିବ ଅନୁମାନ କରି ହେଉନି । ଆମେ ଭାଇରସର ନୂଆ ଷ୍ଟ୍ରେନକୁ ନେଇ ପରୀକ୍ଷା ନିରୀକ୍ଷା ଚଲାଇଛୁ । ସେଥିପାଇଁ ଲୋକେ ସଚେତନ ହେବା ଦରକାର । ନଚେତ ପରିସ୍ଥିତି ବହୁତ ଭୟଙ୍କର ହେବ ।

ଓଡିଶାରେ ଛତିଶଗଡ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତି ଦେଖି ସରକାର ନିଷ୍ପତ୍ତି ନେଉଛନ୍ତି । ଆଗକୁ ବଡ ନିଷ୍ପତ୍ତି ନେଇପାରନ୍ତି । ଭୁବନେଶ୍ୱରରେ ସଂଖ୍ୟା ବଢିବାର କାରଣ ବାହାରୁ ବହୁତ ଲୋକ ଆସୁଛନ୍ତି ।

କରୋନାର ଭୟାବହତା ଭିତରେ ଆଇଏଲଏସ୍ ନିର୍ଦ୍ଦେଶକଙ୍କ ଏଭଳି ମତ ଏବେ ପୁରା ରାଜ୍ୟ ବାସୀଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କରୋନା କଟକଣା କୁ କଡାକଡି କରାଯାଇଥିଲେ ବି ସଂକ୍ରମଣ ଉପରମୁହାଁ ରହିଛି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲା ଏବେ ଚିନ୍ତା ବଢାଇଥିବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଭୟ ଦ୍ୱିଗୁଣିତ କରିଛନ୍ତି ଯାହାକୁ ନେଇ ରେଲୱେ ଷ୍ଟେସନ୍ ଓ ଏୟାରପୋର୍ଟ ଆଦିରେ ସ୍କ୍ରିନିଂ ଯୋରଦାର କରାଯାଇଛି ।

ବର୍ତମାନ ରାଜ୍ୟର କୋଭିଡ୍ ସ୍ଥିତି କୁ ନେଇ ରାଜ୍ୟ ସରକାର ସମୀକ୍ଷା ଜାରି ରଖିଛନ୍ତି ଓ ଆଗକୁ ସଂକ୍ରମଣ ଅଣାୟତ ହେଲେ ରାଜ୍ୟ ସରକାର କିଛି ବଡ଼ ନିଷ୍ପତି ନେଇପାରନ୍ତି ବୋଲି ଇନଷ୍ଟିଟ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ