ଆଜିଠୁ କରୋନା ଟିକାର ଡ୍ରାଏ ରନ୍ , ରାଜ୍ୟର ୩୦ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ହେବ ଅଭ୍ୟାସ

ଭୁବନେଶ୍ୱର : ଭାରତରେ କରୋନା ଟିକାକରଣକୁ ନେଇ ପ୍ରସ୍ତୁତି ଚୁ଼ଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।  ଟିକାକରଣ ଆରମ୍ଭ ହେବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତିର ପରୀକ୍ଷା କରାଯାଉଛି ।  ଏଥିପାଇଁ କେନ୍ଦ୍ର ସରକାର ଆଜିଠାରୁ ଦେଶର ପ୍ରତ୍ୟେକ ରାଜ୍ୟରେ ‘ଡ୍ରାଏ ରନ୍‌’ ବା ‘ଟିକାକରଣ ପ୍ରକ୍ରିୟାର ପ୍ରାକ୍‌-ଅଭ୍ୟାସ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିଠାରୁ ସମଗ୍ର ଦେଶରେ କରୋନା ଟିକାକରଣର ‘ଡ୍ରାଏ ରନ୍‌’ ହେବ । ଏଥିପାଇଁଅ ରାଜ୍ୟ ଏବଂ କେନ୍ଦ ଶାସିତ ଅଞ୍ଚଳର ମୋଟ ୧୧୬ ଟି ଜିଲ୍ଲାର ୨୫୯ ଟି ସ୍ଥାନ ଚୟନ କରାଯାଇଛି । ତେବେ ଓଡିଶାରେ ଟିକାକରଣର ଡ୍ରାଏ ରନ୍‌ କ୍ୟାପିଟାଲ ହସ୍ପିଟାଲ ସମେତ ୩୦ଟି ଜିଲ୍ଲା ମୁଖ୍ୟାଳୟରେ ହେବ । କରୋନା ଟିକାକରଣ କିପରି ହେବ ଏବଂ ତା’ର ବ୍ୟବସ୍ଥା କ’ଣ ରହିବ ଏହି ମକଡ୍ରିଲରେ ତାହା ଅନୁସରଣ ହେବ । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଏଥିପାଇଁ ଡେମୋ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ତେବେ ଟିକାକରଣ ନିର୍ବାଚନ ମଡେଲ ଭଳି ହେବ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ୨୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୨୭୬ ଜଣ ଟିକା କର୍ମୀ ଏଥିପାଇଁ ନିୟୋଜିତ ହେବେ। ତେବେ ଟିକାକରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ ମଧ୍ୟ ଦିଆଯିବ।

Leave A Reply

Your email address will not be published.

ବ୍ରେକିଂ