ଏପ୍ରିଲ ୧୧ରୁ କାର୍ଯ୍ୟସ୍ଥଳରେ କରୋନା ଟିକା ଦିଆଯିବ

ନୂଆଦିଲ୍ଲୀ: କରୋନାର ଭୟଙ୍କର ରୂପ । ଏହାକୁ ଦେଖି ରଣନୀତି ବଦଳାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଲୋକମାନେ ଟିକାର ଡୋଜ୍‌ ଟିକାକରଣ କେନ୍ଦ୍ର କିମ୍ବା ଡାକ୍ତରଖାନାରେ ନେଉଥିଲେ । ହେଲେ ଏବେ କାର୍ଯ୍ୟସ୍ଥଳୀ ବା ଅଫିସରେ ଟିକାକରଣକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

୧୦୦ ଜଣରୁ ଅଧିକ ହିତାଧିକାରୀ ଥିଲେ କାର୍ଯ୍ୟସ୍ଥଳୀରେ ଟିକା ଦିଆଯାଇପାରିବ । ଏପ୍ରିଲ ୧୧ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ ଆରମ୍ଭ ପାଇଁ ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ସୂଚନା ଯୋଗ୍ୟ,  ସାରା ଦେଶରେ ୧ ଏପ୍ରିଲରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଆୟୁବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଏହା ପୂର୍ବରୁ ଦେଶରେ ୬୦ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କ ଟିକାକରଣ ହୋଇଥିଲା। ଏଥିରେ କାର୍ଯ୍ୟସ୍ଥଳରେ ଉଭୟ ଆୟୁବର୍ଗର ୧୦୦ ଅଧିକ ହିତାଧିକାରୀ ଥିଲେ ସେଠାରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରେ।

କାର୍ଯ୍ୟସ୍ଥଳ ଟିକାକରଣ କେନ୍ଦ୍ର ଚିହ୍ନଟ ଲାଗି ଜିଲ୍ଲାସ୍ତରରେ ମାଜିଷ୍ଟ୍ରେଟ୍‌ଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ଟାସ୍କ ଫୋର୍ସ ଓ ସହରାଞ୍ଚଳରେ ମ୍ୟୁନସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଅର୍ବାନ ଟାସ୍କଫୋର୍ସ ଗଠିତ ହେବ। ଏହି ଟାସ୍କଫୋର୍ସ ଜିଲ୍ଲା ଓ ସହରାଞ୍ଚଳରେ କର୍ମଚାରୀଙ୍କ ସଂଖ୍ୟା ଓ ଟିକା ପ୍ରାର୍ଥୀଙ୍କ ଆଧାରରେ ଟିକାକରଣ କେନ୍ଦ୍ର ଲାଗି ପଦକ୍ଷେପ ନେବେ।

Leave A Reply

Your email address will not be published.

ବ୍ରେକିଂ