ଘରୋଇ ହସ୍ପିଟାଲରେ କରୋନା ଟିକା ଡୋଜ୍ ପିଛା ଦର ୨୫୦ ଟଙ୍କା

ନୂଆଦିଲ୍ଲୀ:  ଭାରତରେ କରୋନା ଟିକା ୧୬ ଜାନୁୟାରୀଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକା ଦିଆଯିବ।

ଘରୋଇ ହସ୍ପିଟାଲରେ ମଧ୍ୟ ଏହି ଟିକା ନେବାର ବ୍ୟବସ୍ଥା ରହିଛି।ଏହି ପରିପେକ୍ଷିରେ ଟିକା ଦର ଘୋଷଣା କରିଛନ୍ତି କେନ୍ଦ୍ର ସରକାର।  ଟିକା ଡୋଜ ପିଛା ଦର ୨୫୦ ରଖାଯାଇଛି।  ୧୦୦ ଟଙ୍କାର ସର୍ଭିସ ଚାର୍ଜକୁ ମିଶାଇ ଗୋଟିଏ ଡୋଜ ପିଛା ୨୫୦ ଟଙ୍କା ହେବ ବୋଲି ସୂଚନା ରହିଛି। ତେବେ ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯିବ ।

ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟିକାକରଣରେ ସରକାର ଘରୋଇ ହସ୍ପିଟାଲକୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି। ୧୦ ହଜାରଟି ସରକାରୀ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିବା ବେଳେ ୨୦ ହଜାରଟି ଘରୋଇ ଟିକା କେନ୍ଦ୍ର ଠିକ୍ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.

ବ୍ରେକିଂ