ଭୁବନେଶ୍ଵରରୁ ୧୨ ନୂଆ କରୋନା ପଜିଟିଭ ଟିହ୍ନଟ, ୧୬ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ଭୁବନେଶ୍ଵରରୁ ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୪ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ଵିଟ୍ କରି ସୂଚନା ପ୍ରଦାନ କରାଯାଇଛି।

ବର୍ତ୍ତମାନ ଭୁବନେଶ୍ଵରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୭୩୨ରେ ପହଞ୍ଚିଥିବା ବେଳେ ୩୧ ହଜାର ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ୨୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧ଟି ଆକ୍ଟିଭ୍ କେସ୍ ରହିଛି।

Leave A Reply

Your email address will not be published.

ବ୍ରେକିଂ