ଭୁବନେଶ୍ଵର ଜୁଡିସିଆଲ୍ କମ୍ପ୍ଲେକ୍ସ ୩ ଦିନ ଲାଗି ବନ୍ଦ

ଭୁବନେଶ୍ୱର:  କୋର୍ଟ କମ୍ପ୍ଲେକ୍ସରେ ପସିଲା କରୋନା । ଫଳରେ ଭୁବନେଶ୍ଵର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି। କୋର୍ଟ ପରିସରରୁ ୧୫ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବି ପଜିଟିଭ ଚିହ୍ନଟ ପରେ ବିଏମସି ଏଭଳି ପଦକ୍ଷେପ ନେଇଛି ।

କୋର୍ଟ କମ୍ପ୍ଲେକ୍ସ ପରିସରରେ ଏଣ୍ଡୋମେଣ୍ଟ କମିଶନଙ୍କ କାର୍ଯ୍ୟାଳୟ, ବାର୍ ଆସୋସିଏସନ ଅଫିସ୍ ରହଛି । କୋର୍ଟ କମ୍ପ୍ଲେକ୍ସକୁ ସାନିଟାଇଜ୍ କରାଯିବ । ସିଲ୍ ସମୟରେ ବିଏମସି କର୍ମଚାରୀଙ୍କ ବ୍ୟତୀତ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । କୋର୍ଟ କମ୍ପ୍ଲେକ୍ସ ପରିସରରେ ୨୭ ତାରିଖ ଦିନ ଆରଟି-ପିସିଆର ଟେଷ୍ଟ ପାଇଁ କ୍ୟାମ୍ପ କରାଯିବ ।

Leave A Reply

Your email address will not be published.

ବ୍ରେକିଂ