କରୋନା ସଂକ୍ରମଣ ନେଇ ରାଜ୍ୟରେ ଏଇ ତିନି ମାସ ଗୁରୁତ୍ୱପୂର୍ଣ୍ଣ: ଡିଏମଇଟି

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ପ୍ରଫେସର ସିବିକେ ମହାନ୍ତି ଏବେ ପାର୍ବଣ ଋତୁ, ଗହଳି ବଢିବ, ତେଣୁ ଏହି ୩ ମାସ ଗୁରୁତ୍ୱପୂର୍ଣ୍ଣ । ଏବେ କୋଭିଡ ସଂକ୍ରମଣ ଗାଇଡଲାଇନ୍‌କୁ ପାଳନ କରିବା ସହ ସର୍ତକ । ଭ୍ୟାକ୍ସିନେସନ ଦ୍ରୁତ ଗତିରେ ଚାଲିଛି। ହେଲେ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ।

ସେହିପରି ଭୁବନେଶ୍ୱର ହେଉଛି ହେଲ୍‌ଥ ହବ୍ । ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରୁ ଲୋକ ଆସୁଛନ୍ତି । ଭିଡ ବଢୁଛି, ତେଣୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।  ଭ୍ୟାକସିନେସନ୍‌ ଦ୍ରୁତ ଗତିରେ ଚାଲୁଛି। ଏହାସତ୍ତ୍ୱେ ସଂକ୍ରମଣକୁ ନିୟନ୍ତ୍ରୀତ କରିବାକୁ ହେଲେ ଲୋକମାନଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ଡିଏମ୍‌ଇଟି କହିଛନ୍ତି।  ହସ୍ପିଟାଲ ଯିବା ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ କରାଯାଉଛି। ତେବେ ପାର୍ବଣ ଋତୁ ପାଇଁ ଭୁବନେଶ୍ଵର ରାସ୍ତାଘାଟ ବଜାର ଭିଡ଼ ରହୁଛି। ଟ୍ରେସିଂ ଅଧିକ ହେଉଛି। ସେଥିପାଇଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍କ୍ରପ୍ ଡ୍ରାଇପସ୍ ନୁଆ ନୁହେଁ, ପୂର୍ବରୁ ଥିଲା । ତାହାର ଚିକିତ୍ସା ବ୍ୟବସ୍ଥା ରହିଛି ବୋଲି ଡିଏମଇଟି କହିଛନ୍ତି ।

ରାଜ୍ୟରେ ୬୪ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ତେଣୁ ୨ୟ ଡୋଜ୍ ନେଇ ନଥିବା ଲୋକଙ୍କ ତାଲିକା ଜିଲ୍ଲା ସ୍ତରରେ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି, ରାଜ୍ୟରେ ଏବେ ସମୁଦାୟ ୨ କୋଟି ୬୭ ଲକ୍ଷ ଡୋଜ ଟିକା ଦିଆସରିଲାଣି। ସେମାନଙ୍କ ମଧ୍ୟରୁ ୬୪% ଅର୍ଥାତ ୧ କୋଟି ୯୮ ଲକ୍ଷ ପ୍ରଥମ ଡୋଜ ନେଇ ସାରିଲେଣି । ହେଲେ ୨ୟ ଡୋଜ ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮% ନେଇଛନ୍ତି । ତେଣୁ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ