ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନଗଡାରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 ଯାଜପୁର: ବିଶ୍ଵ ମହାମାରୀ କୋଭିଡ଼ ନିୟନ୍ତ୍ରଣ ଦିଗରେ ପ୍ରତିଷେଧକ ଟିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନଗଡାରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ନଗଡାର ଆଦିବାସୀ ମାନଙ୍କୁ ଟୀକାକରଣ କରାଯାଇଛି ।

ଉଭୟ ତଳ ଓ ଉପର ନଗଡାର ୬୫ ଜଣ ଜୁଆଙ୍ଗ ସମେତ ଗୁହିଆଶାଳରୁ ୫୬ ଓ ତୁମୁଣିର ୩୮ ଜଣ ଜୁଆଙ୍ଗ ଆଦିବାସୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇଛି । ଏଥି ସହିତ ନାଲିଆଡାବର ୨ ଜଣଙ୍କ ସମେତ ସେଠାରେ ରହି କାର‌୍ୟ୍ୟ କରୁଥିବା ବିଭିନ୍ନ ବିଭାଗର କର୍ମଚାରୀ ୧୬ ଜଣ କର୍ମଚାରୀ ମାନଙ୍କୁ ମିଶାଇ ମୋଟ ୧୭୭ ଜଣଙ୍କୁ ଏହି ଅବସରରେ ଟିକା ଦିଆଯାଇଥିଲା । ଟୀକାକରଣର ସପ୍ତାହକ ପୂର୍ବରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ଘର ଘର ବୁଲି ସଚେତନ କରାଇଥିଲେ ।

Leave A Reply

Your email address will not be published.

ବ୍ରେକିଂ