ରାଜ୍ୟରେ ଆଜିଠୁ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ଵର : ରାଜ୍ୟରେ ଆଜିଠୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହୋଇଛି । କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ବର୍ଷକୁ ପ୍ରାୟ ୯ ଲକ୍ଷ ଗର୍ଭବତୀ ପଞ୍ଜୀକୃତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଟିକା ପାଇଁ ସାଢ଼େ ୪ ଲକ୍ଷ ଗର୍ଭବତୀଙ୍କୁ ଠାବ କରିହେବ। ଗର୍ଭବତୀଙ୍କୁ ଠାବ କରାଯିବା ସହ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,ଗର୍ଭବତୀ ମହିଳାମାନେ ଟିକାକେନ୍ଦ୍ରକୁ ଆସି ଧାଡିରେ ଠିଆହେବାକୁ ପଡିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶାଦିଦି ଏ ନେଇ ସେମାନଙ୍କୁ ସହାୟତା କରିବେ । ତେବେ ଘରକୁ ଯାଇ ଟିକାଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ ।

Leave A Reply

Your email address will not be published.

ବ୍ରେକିଂ