ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ମନ୍ଦିର ପ୍ରଶାସନର ଅନୁରୋଧ । ଜଗନ୍ନାଥ ମନ୍ଦିର ସେବକ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ମନ୍ଦିରକୁ ହଜାର ହଜାର ଲୋକ ଆସୁଥିବାର କରୋନା ସଂକ୍ରମଣର ଭୟ ରହିଛି । ଏ ନେଇ ମୁଖ୍ୟ ସାସନ ସଚିବଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆଜିଠୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଦର୍ଶନ ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ ଅନୁସାରେ ଦର୍ଶନ ହେଉଛି । ମୁହଁରେ ମାସ୍କ, ଥର୍ମାଲ ସ୍କ୍ରିନିଂ ପରେ ହାତ ସାନିଟାଇଜ କରି ଭିତରକୁ ଛଡାଯାଉଛି ।

ଆଜିଠାରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ସେବାୟତଙ୍କଠାରେ ସଂକ୍ରମଣର ଆଶଙ୍କା ରହିଛି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଶ୍ରୀମନ୍ଦିରର ସମସ୍ତ ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବାକୁ ମୁଖ୍ୟ ପ୍ରଶାସକ ଚିଠି ଜରିଆରେ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏ ନେଇ ଆଲୋଚନା ହୋଇଥିଲା ।

 

 

Leave A Reply

Your email address will not be published.

ବ୍ରେକିଂ