ଭ୍ୟାକସିନ ସାର୍ଟିଫିକେଟରେ ଦିଦିଙ୍କ ଫଟୋ

କୋଲକାତା: ମୋଦି ଓ ଦିଦିଙ୍କୁ ନେଇ ଥମୁନି ପଶ୍ଚିମବଙ୍ଗ ରାଜନୀତି। ନିର୍ବାଚନ, ବାତ୍ୟା ସମୀକ୍ଷା ରାଜନୀତି ପରେ ଏବେ ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ହଟାଇକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମମତା ବାନାର୍ଜୀ। ଏଣିକି ଟୀକାକରଣ ପ୍ରମାଣପତ୍ରରେ ମୋଦିଙ୍କ ସ୍ଥାନରେ ରହିବ ଦିଦିଙ୍କ ଫଟୋ।

ମମତା ବାନାର୍ଜୀ ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସ୍ଥାନରେ ତାଙ୍କ ଫଟୋ ରଖିଛନ୍ତି। ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ଏଣିକି ଟିକା ନେଉଥିବା ଲୋକମାନେ ମମତାଙ୍କ ଫଟୋ ଥିବା ସାର୍ଟିଫିକେଟ ପାଇବେ। ମମତାଙ୍କ ଫଟୋ ଥିବା ସାର୍ଟିଫିକେଟ ୧୮ରୁ ୪୪ ବର୍ଷର ଲୋକଙ୍କୁ ଦିଆଯିବ ।

ସୂଚନାନୁସାରେ , ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଟିଏମସି ଟିକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫଟୋକୁ ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା। କୋଭିଡ -୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଥିଲା।

Leave A Reply

Your email address will not be published.

ବ୍ରେକିଂ