ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ୱର: ଓଡିଶାରେ କୋଭିଡ ସ୍ଥିତିରେ ଧିରେ ଧିରେ ସୁଧାର ଆସିଛି। ହେଲେ ପଡୋଶୀ ରାଜ୍ୟରେ ମହାମାରୀ କରୋନା କାୟା ପୁଣି ବିସ୍ତାର କରୁଥିବାରୁ ଓଡିଶା ସରକାର ଆଗୁଆ ସତର୍କତା ଅବଲମ୍ବନ ପାଇଁ ନିର୍ଦେଶ ଦେଇଛନତି। ଏହାରି ଭିତରେ ମାର୍ଚ୍ଚ ମାସ ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

ମାର୍ଚ୍ଚ ଗାଇଡଲାଇନ ଅନୁସାରେ ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କଣ୍ଟେନମେଣ୍ଟ କରିପାରିବେ। ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ଯାତ୍ରା ପାଇଁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ପରିବେଷଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ନିୟମନୁସାରେ କରୋନାର ସମସ୍ତ ଗାଇଡଲାଇନ ମାନି ପରିବେଷଣ କରାଯାଇପାରିବ। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯିବା ସହ ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ।  ରୋଗାକ୍ରାନ୍ତଙ୍କୁ  ଯାତ୍ରା ଦେଖିବା ପାଇଁ ଅନୁମତି ନଦେବାକୁ କୁହାଯାଇଛି। ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଅଧିକରୁ ଅଧିକ ଟିକେଟ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ରହିଛି।  ତେବେ ଯାତ୍ରାରେ କଟକଣା ଉଲ୍ଲଂଘନ ହେଲେ ଆୟୋଜକ ଦାୟୀ ରହିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ରାଜ୍ୟ ସରକାର ଗାଇଡଲାଇନ କରିଛନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। ପୂର୍ବଭଳି ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବାଧ୍ୟତାମୂଳକ କରାଯିବା ସହ ଆୟୋଜକ ଗାଇଡଲାଇନ ଯାଞ୍ଚ କରିବାକୁ ନିର୍ଦେଶ ରହିଛି।  ସବୁ ପ୍ରବେଶ ପଥରେ ରହି ମାସ୍କ ପରିଧାନ ଯାଞ୍ଚ କରିବାକୁ କୁହାଯାଇଛି , ଯେଉଁମାନେ ମାସ୍କ ପିନ୍ଧିନଥିବେ, ସେମାନଙ୍କୁ ଆୟୋଜକ ମାସ୍କ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଅନ୍‌ଲାଇନ୍‌ରେ ନବମ ଓ ଏକାଦଶ ବାର୍ଷିକ ପରୀକ୍ଷା କରିବାକୁ କହିଛନ୍ତି ସରକାର।   ଅଭିଭାବକଙ୍କ ସହ କଥା ହୋଇ ଅନଲାଇନରେ ପରୀକ୍ଷା ପରାମର୍ଶ ଦଆଯାଇଛି। ସଂକ୍ରମଣ ଦୃଷ୍ଟିରୁ କ୍ଲାସ ପ୍ରମୋସନ ପରୀକ୍ଷା ଅନଲାଇନରେ କରିବା ଉପଯୁକ୍ତ ହେବ ବୋଲି କୁହାଯାଇଛି।

ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନକୁ ଖୋଲିିବା ନେଇ ବିଭାଗ ହିଁ ସମସ୍ତ ନିଷ୍ପତ୍ତି ନେବ । ଏହି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନକୁ ପାଲନ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏଥିସହ କିଛି କ୍ଲାସ ଖୋଲିଥିଲେ ବି ଅନ୍ୟ ପିଲାମାନେ ପୂର୍ବଭଳି ଅନଲାଇନରେ ପାଠପଢା ଜାରି ରଖିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.

ବ୍ରେକିଂ