ଭୁବନେଶ୍ୱର:ଏଣିକି ବିନା କରୋନା ପରୀକ୍ଷାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରାଯାଇପାରିବେ । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି।
ମନ୍ଦିରକୁ ପ୍ରବେଶ ବେଳେ ସ୍କ୍ରିଂନି କରାଯାଇ ଭକ୍ତମାନଙ୍କୁ ଦର୍ଶନ ପାଇଁ ଭିତରକୁ ଛଡାଯିବ । ତେବେ ସ୍କ୍ରିନିଂ ବେଳେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବ କେବଳ ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ପଡିବ।
ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ ବୋଲି ପୂର୍ବରୁ ବିଏମସି ପକ୍ଷରୁ କୁହାଯାଇଥିଲା। କିନ୍ତୁ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି ବିଏମସି। ଲିଙ୍ଗରାଜଙ୍କ ଦର୍ଶନ ପାଇଁ କରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ ନୁହେଁ ବୋଲି ପୁଣି ବିଏମସି କମିଶନର କହିଛନ୍ତି।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ବୟସ୍କ ଓ କମ ବୟସ୍କ ଭକ୍ତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବୟସସୀମା ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି।