ଟୀକାକରଣ ପାଇଁ ପୁଣି କାଲି ଓଡିଶାରେ ପହଞ୍ଚିବ କୋଭିସିଲ୍ଡ ଭ୍ୟାକ୍ସିନ

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ ଦେବାକୁ ଆସନ୍ତାକାଲି ପୁଣି ଓଡିଶାରେ ପହଞ୍ଚିବ କୋଭିସିଲ୍ଡ  ଭ୍ୟାକ୍ସିନ। ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍ ବିଶିଷ୍ଟ କୋଭିସିଲ୍ଡ ଭ୍ୟାକ୍ସିନ ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ପୁଣେରୁ ଭୁବେନେଶ୍ୱର ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଓଡିଶାରେ ପହଞ୍ଚିବ। ଏହି ସମସ୍ତ ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ ଜିଲ୍ଲାକୁ ପଠାଯିବ ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଥିଲା ସେରମ । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତ‌ାହା ୧୦ ଜଣଙ୍କୁ ଦିଆଯାଇ ପାରିବ ।

Leave A Reply

Your email address will not be published.

ବ୍ରେକିଂ