ରଜ ପାଇଁ ଦୋକାନୀଙ୍କୁ କମିଶନରେଟ ପୋଲିସର ଚେତାବନୀ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

 ଭୁବନେଶ୍ୱର: କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ପୋଲିସ୍ ଆଜିଠୁ ଆରମ୍ଭ କରିଛି ସ୍ପୋଶାଲ ଡ଼୍ରାଇଭ୍ । ଆଗକୁ ରଜପର୍ବ ଆସୁଥିବାରୁ ଲୋକମାନେ ନିୟମ ନମାନି ବଜାରରେ ବୁଲିବାର ଅଧିକ ସମ୍ଭାବନା ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ୍ କଡ଼ାକଡ଼ି ଭାବେ ଦୋକାନ ବଜାରରେ ଯାଞ୍ଚ କରିବ ।

ଏପରିକି ଦୋକାନ ଖୋଲିଲେ ସିଲ୍ କରିବ ପୋଲିସ୍ । ଏହା ସହ ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ ହେବେ ଦୋକାନୀ ।ତେଣୁ ସବୁ କଟକଣାକୁ ମାନି ରହିବାକୁ ଟ୍ୱିନ୍ ସିଟି ବାସିନ୍ଦାଙ୍କୁ ନିବେଦନ କରିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ ପୁଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଙ୍ଘନ ନ କରନ୍ତି, ସେଥିପାଇଁ କମିଶନରେଟ ପୁଲିସ ଆଗୁଆ ସତର୍କ କରିଛି । ଯଦି କେହି କୋଭିଡ ନିୟମ ଉଲଙ୍ଘନ କରିବେ ତେବେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଥିପାଇଁ ଆଜି ସକାଳୁ ପୁଲିସ କମିଶନର ନିଜେ ଭିଡ଼ ଜମୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ