ସେପ୍ଟେମ୍ବର ୨୮ ରେ କଂଗ୍ରେସରେ ମିଶି ପାରନ୍ତି ସିପିଆଇ ନେତା କହ୍ନେୟା କୁମାର ଏବଂ ଜିଗ୍ନେଶ୍ ମେଓ୍ବାନୀ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୁର୍ବତନ ଛାତ୍ର ସଂସଦ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାରଙ୍କ ସମେତ ଗୁଜୁରାଟରୁ ବିଧାୟକ ଜିଗ୍ନେଶ୍‌ ମେଓ୍ବାନୀ ମଧ୍ୟ କଂଗ୍ରେସରେ ଯୋଗଦେଇପାରନ୍ତି । ସେପ୍ଟେମ୍ବର ୨୮ ତାରିଖରେ ଦୁହେଁ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ କହ୍ନେୟା କୁମାର ଏ ବିଷୟରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ, ଏହାପରେ ଚର୍ଚ୍ଚା ବଢିଯାଇଥିଲା। ନ୍ୟୁଜ୍‌ ଏଜେନ୍ସି ANI ପକ୍ଷରୁ ଜାରି ସୂଚନା ଅନୁସାରେ ଏ ନେଇ ଖବର ପ୍ରକାଶ ପାଇଛି ।

ଗୋଟିଏ ପରେ ଗୋଟିଏ ନିର୍ବାଚନରେ କଂଗ୍ରେସ ଦଳର ସେତେଟା ଭଲ ପ୍ରଦର୍ଶନ ନାହିଁ । ତେବେ ଦଳର ନଜର ଆସନ୍ତା ବର୍ଷ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରହିଛି । ଆଗକୁ ଆସୁଥିବା ନିର୍ବାଚନରେ ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଭୋଟ ବ୍ୟାଙ୍କ ବଢେଇବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ