ଜାତୀୟ ହସ୍ତତନ୍ତ ମେଳାରେ ଜମୁଛି ଭିଡ, ବଢୁଛି ଆୟ

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ମେଳାର ଦ୍ୱାଦଶ ଦିବସରେ ଦିନକୁ ଦିନ ଗ୍ରାହକଙ୍କ ଭିଡ ଜମିବାରେ ଲାଗିଛି । ଜାନୁଆରୀ ୨୦ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ମେଳାରେ ପ୍ରାୟ ତିନିକୋଟି ଟଙ୍କାର ବ୍ୟବସାୟ ହୋଇଛି ।

କେବଳ ‘ବୟନିକା’ ଷ୍ଟଲରେ ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି । ‘ବୟନିକା’ ବ୍ୟତୀତ ଆନ୍ଧ୍ରପ୍ରଦେଶର ‘ଆପ୍‌କୋ’ ତାମିଲନାଡ଼ୁର ‘କୋପ୍‌ଟେକ୍ସ’, ମଧ୍ୟପ୍ରଦେଶର ‘ମୃଗନୟନୀ’, ଜାମ୍ମୁ-କାଶ୍ମୀରର ‘କାସ୍‌ଫାବ୍‌’, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ହରିୟାନାର ହସ୍ତତନ୍ତ ସମିତି ଓ ଅନୁଷ୍ଠାନଗୁଡ଼ିକ ଭଲ ବ୍ୟବସାୟ କରିଥିବାରୁ ସେମାନେ ଅତ୍ୟନ୍ତ ଖୁସି ଜାହିର କରିଥିଲେ ।

ଫେବୃଆରୀ ଅର୍ଥାତ୍ ମାଘ ମାସ ବିବାହ ଋତୁ ଥିବାରୁ ଆଗାମୀ ୧୭ ଦିନରେ ମେଳାରେ ଭଲ ବିକ୍ରି ହେବ ବୋଲି ସମସ୍ତ ଅଂଶଗ୍ରହ ଣକାରୀ ସଂସ୍ଥା ବହୁ ଆଶାବାଦୀ । ହସ୍ତତନ୍ତ ଗ୍ରାହକଙ୍କ ମଧ୍ୟରେ ଜାତୀୟ ହସ୍ତତନ୍ତ ମେଳା ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି ।

ଏହି ଜାତୀୟ ସ୍ତରୀୟ ମେଳାରେ ୧୬ଟି ରାଜ୍ୟର ସମସ୍ତ ପ୍ରକାରର ବସ୍ତ୍ର ଉପଲବ୍ଧ । ଆଗାମୀ ୧୭ ଦିନରେ ମେଳାରେ ଆହୁରି ଭଲ ବ୍ୟବସାୟ ହେବ ଓ ଅଂଶଗ୍ରହଣକାରୀ ସଂସ୍ଥାମାନେ ନିଜର ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ।

Leave A Reply

Your email address will not be published.

ବ୍ରେକିଂ